କଳିଯୁଗରେ ଦାନ
*👉କଳିଯୁଗରେ ଦାନ🚩*
*ସନାତନ ଧର୍ମର ମୂଳ ଚାରୋଟି ସ୍ତମ୍ଭ ହେଉଛି ସତ୍ୟ, ଦୟା, ଦାନ ଓ ତପ। ସତ୍ୟଯୁଗରେ ଏହି ଚାରୋଟି ଯାକ ସ୍ତମ୍ଭ ପୂର୍ଣ୍ଣ ଆସ୍ଥାର ସହ ପାଳିତ ହେଉଥିଲା - ସତ୍ୟରେ ପରାକାଷ୍ଠା, ତପ ସାଧନାରେ ଗଭୀର ଅଭ୍ୟାସ, ଦୟାଭାବର ବିସ୍ତାର, ଏବଂ ଦାନରେ ପ୍ରାଚୁର୍ଯ୍ୟ ଆଦି ସତ୍ୟଯୁଗର ପରିଚୟ ଦିଏ। ତ୍ରେତୟାରେ ସତ୍ୟର ଅବକ୍ଷୟ ଘଟିବାକୁ ଆରମ୍ଭ କରେ ସତ, ମାତ୍ର ଅନ୍ୟ ତିନୋଟି ସ୍ତମ୍ଭ ତାଙ୍କର ଦୃଢ଼ତା ବଜାୟ ରଖିଥାନ୍ତି। ଦ୍ୱାପର ଯୁଗର ପ୍ରବେଶରେ ସତ୍ୟ ଓ ଦୟାର ଅବକ୍ଷୟ ଘଟେ, ମାତ୍ର ତପ ଓ ଦାନ ଅପରିବର୍ତ୍ତିତ ରହେ। ଶେଷରେ କଳି ଯୁଗରେ ତପର ନିସ୍ତାର ଘଟେ, ହେଲେ ‘ଦାନ’ ହିଁ ଧର୍ମର ଏକମାତ୍ର ସ୍ତମ୍ଭ ରୂପେ ତିଷ୍ଠି ରହେ।*
*ତେଣୁ ମନୁସ୍ମୃତି ବର୍ଣ୍ଣନା କରେ ଯେ- {ଦାନମେକମ୍ କଲୌ ୟୁଗେ} ଅର୍ଥାତ୍ କଳି ଯୁଗରେ ‘ଦାନ’ ହିଁ ଧର୍ମର{କର୍ତ୍ତବ୍ୟ} ଏକମାତ୍ର ମୌଳିକ ସ୍ତମ୍ଭ ଯାହା ତିଷ୍ଠି ରହିଥାଏ। ଦାନ ପ୍ରସଙ୍ଗରେ କୁହାଯାଇଛି ଯେ, ଦାନ ମୁଖ୍ୟତଃ ପଚିଶ ପ୍ରକାରର ଏବଂ ପ୍ରତ୍ୟେକଟି ଅନ୍ୟଠାରୁ ସ୍ୱତନ୍ତ୍ର ଅଟେ।*
*୧) ଅର୍ଥଦାନ - (ଧନସମ୍ପଦର ଦାନ ) ଏହା ଅତ୍ୟନ୍ତ ସାଧାରଣ ଶ୍ରେଣୀଭୁକ୍ତ ଦାନ। ଏଥିରେ ଟଙ୍କା-ପଇସା, ସୁନା କିମ୍ୱା ଅନ୍ୟାନ୍ୟ ଦ୍ରବ୍ୟ କୌଣସି ଗରିବ ବ୍ୟକ୍ତିକୁ ଦାନ ଆକାରରେ ଦିଆଯାଇଥାଏ। ଧନ କେବଳ ମହତ କାର୍ଯ୍ୟରେ ବ୍ୟୟ ହେବା ଉଚିତ ଏବଂ ନିଜ ଆୟର କିଛି ଅଂଶ ଅନ୍ୟକୁ ଦାନକଲେ ସମାଜର କଲ୍ୟାଣ ସାଧିତ ହୋଇଥାଏ।*
*୨) ଭୂମିଦାନ - (ଜମିବାଡ଼ି ଦାନ) ମନ୍ଦିର ନିର୍ମାଣ, ବିଦ୍ୟାଳୟ ଓ ଡାକ୍ତରଖାନା ପ୍ରତିଷ୍ଠା କିମ୍ୱା ଅନ୍ୟାନ୍ୟ କଲ୍ୟାଣକାରୀ ଅନୁଷ୍ଠାନ ତଥା ବେଦ ଓ ଗୀତା ପରି ପବିତ୍ର ଗ୍ରନ୍ଥସମୂହର ସରଂକ୍ଷଣ ପାଇଁ ଗ୍ରନ୍ଥାଳୟ ସ୍ଥାପନ ଇତ୍ୟାଦି ନିମନ୍ତେ ଜମିଦାନ ଏହି ଶ୍ରେଣୀଭୁକ୍ତ। ଏହା ଉଚ୍ଚକୋଟୀର ଦାନ ରୂପେ ବିବେଚିତ ହୁଏ।*
*୩) ଅନ୍ନଦାନ - (ଖାଦ୍ୟ ଦାନ) - ଏହା ଉଚ୍ଚକୋଟୀର ଦାନର ଶ୍ରେଣୀଭୁକ୍ତ, କାରଣ ଅନ୍ନଦାନ ହିଁ ମହତଦାନ ଅଟେ। ବିନା ବାଛବିଚାରରେ ଭୋକିଲା ବ୍ଯକ୍ତିକୁ ମାଗଣାରେ ଖାଦ୍ୟଦେଵା ଉଚିତ। ଖାଇବା ଲୋକର ସାମର୍ଥ୍ୟ, ପୁଣି ସିଏ ଜଣେ ନୀତିବାନ ବ୍ୟକ୍ତି କି ଦୁରାଚାର ବ୍ୟକ୍ତି ଇତ୍ୟାଦିକୁ ଦୃଷ୍ଟି ନ ଦେଇ, ଯଦି ଖାଦ୍ୟ ଦାନ କରାଯାଏ, ତେବେ ହିଁ ଏହା ଧର୍ମକାର୍ଯ୍ୟ ରୂପେ ବିବେଚିତ ହୁଏ।*
*୪.ଔଷଧ ଦାନ – (ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ପ୍ରଦାନ) ଯେପରି ବାଛ, ବିଚାର ବିନା ଭୋକିଲା ବ୍ୟକ୍ତିକୁ ଖାଦ୍ୟ ଦାନ କରାଯାଏ, ସେହିପରି ଡାକ୍ତର ଓ ଔଷଧୀୟ ସାହାଯ୍ୟ ବି ରୋଗୀମାନଙ୍କୁ ମୁକ୍ତରେ ଦାନ କରାଯିବା ଉଚିତ। ସେ ଧନୀ କି ଗରିବ, ନୀତିବାନ କି ନୁହେଁ ଆଦୌ ବିଚାରକୁ ନନେଇ, ଯେହେତୁ ସେ ଦରକାର କରୁଛି, ତାର ନିରାକରଣ ପାଇଁ ଔଷଧ ବିତରଣ କରାଯିବା ଦରକାର।*
*୫) ବସ୍ତ୍ରଦାନ - ( ଲୁଗାପଟା ବିତରଣ ) ଶୀତ ଦିନରେ ଶୀତବସ୍ତ୍ର ବଣ୍ଟନ ହେଉ କିମ୍ୱା ଏକାଦଶୀ - ଅମାବାସ୍ୟା ଆଦି ପୁଣ୍ୟ ତିଥିମାନଙ୍କରେ ନୂତନ ବସ୍ତ୍ର ପ୍ରଦାନ ହେଉ, ଏହାର ଏହି ଶ୍ରେଣୀଭୁକ୍ତ ଅଟେ। ଶୀତ ଦିନରେ ପ୍ରବଳ ଥଣ୍ଡା ହେଉଥିବା ବେଳେ ଗରିବଙ୍କୁ କମ୍ୱଳ ବାଣ୍ଟିବା, ଏହି ପ୍ରକାର ଦାନ ଅନ୍ତର୍ଭୁକ୍ତ।*
*୬) ପ୍ରାଣଦାନ - (ଜୀବନ ଦାନ ) - ଏହି ଦାନ ହେଉଛି ଏକ ସର୍ବଶ୍ରେଷ୍ଠ ଅନୁକମ୍ପା ମୂଳକ ଦାନ। ଏଥିରେ ଜଣେ ଆଉ ଜଣଙ୍କୁ ମୃତ୍ୟୁମୁଖରୁ ଵା ସେପରି ଏକ ମହାବିପଦରୁ ବଞ୍ଚାଇଥାଏ। ଏହାର ଉଦାହରଣ ଅନେକ। ଜଣେ ରାଜା ଦୟା ଦେଖାଇ ବେଳେବେଳେ ତାର ଦୋଷୀ ପ୍ରଜାକୁ ମୃତ୍ୟୁଦଣ୍ଡରୁ ମୁକ୍ତ କରିଥାଏ, ତ ପୁଣି କେତେବେଳେ ଜଣେ ଡାକ୍ତର ନିଶୁଳ୍କ ଚିକିତ୍ସା ଦେଇ ରୋଗୀର ଜୀବନ ବଞ୍ଚାଏ ଏବଂ ଆଉ ବେଳେବେଳେ ଅତି ସାଧାରଣ ବ୍ୟକ୍ତିଟିଏ ନିଜ ବୁଦ୍ଧି ପ୍ରୟୋଗ କରି ଆଉ ଜଣଙ୍କର ଜୀବନକୁ ଏକ ବଡ ବିପଦରୁ ରକ୍ଷା କରିଥାଏ।*
*୭) ଯଶ ଦାନ - ( ଅନ୍ୟର ମାନ ଓ ଗାରିମା ବଢାଇବା ) ଏହା ଏକ ନିସ୍ଵାର୍ଥପର ତ୍ୟାଗ ଓ ସେବା କାର୍ଯ୍ୟ, ଯେଉଁ କାର୍ଯ୍ୟ ପାଇଁ ଜଣେ ନିଜର ମାନ ଓ ମର୍ଯ୍ୟାଦାର ଅଧିକାରୀ ହେବାକଥା, ତାର ଶ୍ରେୟ ନିଜେ ନନେଇ ଅନ୍ୟ କାହାକୁ ଅର୍ପଣ କରିଦେଵା ଏକ ବିଶେଷ ପ୍ରକାରର ଦାନ ଅଟେ। ଏହି ଦାନ ଦ୍ୱାରା ମଣିଷର ନମ୍ର ସ୍ୱଭାବର ବୃଦ୍ଧି ଘଟେ ଓ ତାର ଗର୍ବ, ଅଭିମାନ ଓ ଆତ୍ମ ପ୍ରଶଂସା ଜନିତ ଇଚ୍ଛା ବି ଲୋପ ପାଇଯାଏ।*
*୮) ପ୍ରସନ୍ନତା ଦାନ - (ଆନନ୍ଦ ପ୍ରଦାନ ) ସାଧାରଣତଃ ଟିକିଏ ହସି ଦେଲେ ପାଖରେ ଥିବା ଲୋକଟି ଆପେ ଆପେ ଖୁସି ହେଇଯିବ. ପଦେ ଭଲ କଥା ବା ଉତ୍ସାହିତ ହେଲା ଭଳି କଥା କହି, ଟିକିଏ ହସି ଦେଇ ଜଣଙ୍କୁ ସମ୍ମାନର ସହ ଅଭିବାଦନ ଜଣାଇଲେ, ତାର ମନୋବଳ ବଢ଼ିଯାଏ ଏବଂ ସେ କିଛିକ୍ଷଣ ପାଇଁ ସଂସାରିକ ଭାରାକ୍ରାନ୍ତ ଜନିତ ଦୁଃଖ ପାଶୋରି ଦିଏ। ଯଦି ତାଙ୍କୁ କହିବା, ‘ଭାଇ, ବ୍ୟସ୍ତ ହୁଅନ୍ତୁ ନାହିଁ, ଭଗବାନ, ହିଁ ଆପଣଙ୍କର ସବୁ ଦୁଃଖ ସମ୍ଭାଳି ନେବେ, ତେବେ ତା'ର ଆତ୍ମା ଆନନ୍ଦରେ ବିଭୋର ହୋଇଉଠେ। ଏହହିଁ ଏ ଦାନର ପରାକାଷ୍ଠା।*
*୯) ଅଧିକାର ଦାନ - (ନିଜର ଅଧିକାର ଓ ସୁବିଧା ସୁଯୋଗର ତ୍ୟାଗ) ଏହା ଏପରି ଏକ ଅଭ୍ୟାସ, ଯେଉଁଥିରେ ନିଜକୁ ମିଳୁଥିବା ସୁବିଧା ସୁଯୋଗ ଅନ୍ୟକୁ ଦେଇ ଦିଆଯାଏ। ଏମିତିରେ ଆମେ ଦେଖିଥାଉ କି ନିଜର ଅଧିକାର ପ୍ରାପ୍ତି ପାଇଁ ଲୋକଙ୍କ ମଧ୍ୟରେ ସର୍ବଦା ବାଦବିବାଦ ଓ କଳିଗୋଳ ଲାଗି ରହିଥାଏ। ମାତ୍ର ସ୍ୱେଚ୍ଛାକୃତ ଭାବରେ ଯଦି ଆମେ ମିଳିଥିବା ସୁବିଧାକୁ ଅନ୍ୟକୁ ପ୍ରଥମରୁ ହିଁ ହସ୍ତାନ୍ତର କରିଦେବା, ତେବେ ତାଙ୍କର ତ ବାଦବିବାଦ ବନ୍ଦ ହୋଇଯିବ, ଆଉ ଆମ ଭିତରେ ସମତା ଓ ନମ୍ରତା ଭଳି ଗୁଣର ପରିପ୍ରକାଶ ଘଟିବ।ଗୁରୁଜୀ ଯଥାର୍ଥରେ କୁହନ୍ତି, “ଯଦି ଜଣେ ଜୀବନରେ ଶାଶ୍ଵତ ପ୍ରେମ ଓ ଅନାବିଳ ପାରିବାରିକ ସୁଖ ଚାହେଁ, ତେବେ ତାକୁ ପ୍ରଥମେ ଅନ୍ୟର ସୁରକ୍ଷା ଓ ଅଧିକାର ବିଷୟରେ ଚିନ୍ତା କରିବା ଉଚିତ୍। ନିଜର ସ୍ୱାର୍ଥକୁ ପ୍ରାଧାନ୍ୟ ନଦେଇ ତ୍ୟାଗ କରି ଶିଖିବା ଶ୍ରେୟସ୍କର।*
*୧୦) ଜ୍ଞାନ ଦାନ - ( ଜ୍ଞାନ ବିତରଣ ) ଏହି ଦାନ ଅତ୍ୟନ୍ତ ଉତ୍କୃଷ୍ଟ ବୋଲି ବିଚାର କରାଯାଏ। ସଠିକ୍ ଜ୍ଞାନର ମୁକ୍ତ ବିତରଣ କରିବା ଆମର କର୍ତ୍ତବ୍ୟ ଏବଂ ପ୍ରତିବଦଳରେ କିଛି ଆଶା ନ ରଖିବା ବିଧେୟ। ଆମ, ଶ୍ରୀମଦ ଭଗବତ ଗୀତା ବିଦ୍ୟାଳୟର ଭକ୍ତମାନେ ମାନେ ଯେପରି ନିସ୍ୱାର୍ଥପର ଭାବରେ ସମସ୍ତଙ୍କୁ ଜ୍ଞାନ ବିତରଣ କରନ୍ତି ଓ ଏହା ପଛରେ ସେମାନଙ୍କ ମନରେ ବିଶ୍ୱାସ ରହିଛି ଯେ ତାଙ୍କୁ ଯେଉଁ ଜ୍ଞାନ ମିଳିଛି ତାହା ଆଗକୁ ଆଗ ବଢିବ।*
*୧୧) ଭକ୍ତି ଦାନ - ( ଭକ୍ତି ଭାବର ଦାନ ) ଭକ୍ତିର ଭାବକୁ ପ୍ରୋତ୍ସାହିତ କରିବା ପାଇଁ, ଯେତେବେଳେ ଆମେ ଅନ୍ୟକୁ “ହ୍ୟାଲୋ”! ବଦଳରେ, ‘ରାମ ରାମ’ ବା ‘ଜୟ ଶ୍ରୀକୃଷ୍ଣ’ ଭଳି ଭଗବାନଙ୍କ ନାମ କହି ଅଭିବାଦନ କରୁ, ସେତେବେଳେ, ଜଣେ ସ୍ୱତଃ ଐଶ୍ୱରୀୟ ଭାବନାର ପର୍ଯ୍ୟାପ୍ତ ବିସ୍ତାର କରେ। ଅନ୍ୟମାନଙ୍କୁ ସତସଙ୍ଗରେ ଯୋଡିବା ପାଇଁ ପ୍ରବାର୍ତ୍ତାଇବା, ଭଗବତ ଗୀତା ପଢିବା ଶୁଣିବା ପାଇଁ ପ୍ରବର୍ତ୍ତାଇବା ମଧ୍ଯ ଭକ୍ତିଦାନ ଅନ୍ତର୍ଭୁକ୍ତ ବୋଲି ବିଚାର କରାଯାଏ।*
*୧୨) ତୃପ୍ତିଦାନ – ( ସାନ୍ତ୍ୱନା ପ୍ରଦାନ ) ଅନାବଶ୍ୟକୀୟ ଭୌତିକ ଦ୍ରବ୍ୟ ପ୍ରାପ୍ତିର ଲାଳସା ଆମକୁ ତୃପ୍ତି ଦେଇପାରିନଥାଏ ବରଂ ଏସବୁରୁ ନିବୃତ୍ତ ରହିଲେ ମାନସିକ ଶାନ୍ତି ମିଳିଥାଏ ଏବଂ ଆମ ଭିତରେ ଥିବା ବସ୍ତୁ ପ୍ରତି ଆସକ୍ତି ଦୋଷ କଟିଯାଏ ଓ ପାଖରେ ଯେତିକି ଅଛି ସେତିକିରେ ଖୁସିହେବା ପାଇଁ ମନୋବୃତ୍ତି ସୃଷ୍ଟିହୁଏ। ଆତ୍ମତୃପ୍ତିର ଏତାଦୃଶ ପ୍ରେରିତ ଜ୍ଞାନ ହିଁ ପ୍ରକୃତ ତୃପ୍ତିଦାନ।*
*୧୩) ମନ୍ତ୍ରଦାନ - (ପବିତ୍ର ମନ୍ତ୍ର ଓ ପ୍ରାର୍ଥନାର ଦାନ) ଅନ୍ୟକୁ ପବିତ୍ର ମନ୍ତ୍ରର ଜ୍ଞାନ ଦେବା, ଯେପରି କି ସୂର୍ଯ୍ୟଦେବଙ୍କୁ ଜଳଦାନ କିମ୍ବା ଭୋଗ ଅର୍ପଣ ପଦ୍ଧତି ବିଷୟରେ କହିବା ମଧ୍ଯ ଏକ ପ୍ରକାର ଦାନ। ଏହାକୁ ମନ୍ତ୍ରଦାନ ବୋଲି କୁହାଯାଏ. ଏହି ଦାନ ଦ୍ୱାରା ବ୍ୟକ୍ତିର ଆଧ୍ୟାତ୍ମିକ ଜୀବନ ଯାତ୍ରା ସହଜ ଓ ସୁଦୃଢ ହୋଇଥାଏ।*
#ଓ_ନମୋ_ଭଗବତେ_ବାସୁଦେବାୟ ଓଁ ନମୋ ଭଗବତେ ବାସୁଦେବାୟ 🙏*
Comments
Post a Comment